ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟଳୟରେ ପଡିଲା ତାଲା

ଭୁବନେଶ୍ୱର/ସରୋଜ ରାଉତ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ । ବିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ହୋଇଛି ସିଲ । କୋଭିଡ ନିୟମ ଉଲ୍ଲଙ୍ଘ କରି ଗତ ଗୁରୁବାର କାର୍ଯ୍ୟାଳୟରେ ସବୁ ଆଇନକୁ ଫୁ କରି ଜନ୍ମଦିନ ପାଳନକୁ ନେଇ ହୋଇଛି କାର୍ଯ୍ୟାନୁଷ୍ଠାନ ।
ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ବିରୋଧରେ ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜି ସାଂସଦଙ୍କ ପଳାଶପଲ୍ଲୀ ଏ-୫୬ରେ ଥିବା କାର୍ଯ୍ୟାଳୟକୁ ସିଲ କରିବାକୁ ବିଏମସି ଦେଇଛି ନିର୍ଦ୍ଦେଶ । ବିଏମସି ଦର୍ଶାଇଛି, ପୂର୍ବରୁ ସାଂସଦ କୋଭିଡ ନିୟମ ଉଲ୍ଲଙ୍ଘନ କରିବାକୁ ନେଇ ଏକାଧିକ ନୋଟିସ ହୋଇଛି । କିନ୍ତୁ ନୋଟିସକୁ ବେଖାତିର କରି ସାଂସଦ କୋଭିଡ ନିୟମର ବାରମ୍ବାର ଉଲ୍ଲଙ୍ଘନ କରି ଚାଲିଛନ୍ତି ।
ଏହାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତାଙ୍କ ସାଂସଦଙ୍କୁ ତାଗିଦ କରିବାକୁ ଅନୁରୋଧ କରିଥିଲେ ।