ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ): କୋରୋନା ମହାମାରି ପାଇଁ ବନ୍ଦ ଥିବା ଭୁବନେଶ୍ୱର ଏମ୍ସ ର ଓପିଡି ଆଜିଠାରୁ ଖୋଲିଛି । ଏପ୍ରିଲ ୨୬ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ ଥିବା ଯୋଗୁଁ ଅନେକ ରୋଗୀ ମାନଙ୍କର ଚିକିତ୍ସା ହୋଇପାରିନଥିଲା । କିନ୍ତୁ କୋଭିଡ୍ ର ଦ୍ୱିତୀୟ ଲହର ଦୁର୍ବଳ ହୋଇଆସିବା ପରେ ଓପିଡିକୁ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରତି ବିହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।