ଏବେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା

ଗୁଜୁରାଟ ପରେ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା ।

ଗୁଜୁରାଟ : ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା । ପ୍ରତ୍ୟକ ହିନ୍ଦୁଧର୍ମୀ ଭଗବତ ଗୀତାକୁ ପଢିବାକୁ ଓ ତାର ସାର କଥା ବୁଝିବାକୁ ଚେଷ୍ଟା କରିଥାନ୍ତି । ଏଥିସହ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୌରାଣିକ ଭଗବତ ଗୀତା ପଢିବା ଉଚିତ । କେବଳ ଯେ ହିନ୍ଦୁ ପଢିବେ ତାହା ନୁହେଁ ଅନ୍ୟ ଦର୍ମର ଲୋକ ମାନେ ମଧ୍ୟ ଏହି ପବିତ୍ର ପୌରାଣିକ ଗ୍ରନ୍ଥକୁ ପଢିବା ଉଚିତ ।

ଏହି ଭଗବତ ଗୀତା ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଗୁଜୁରାଟ ପାଠ୍ୟକ୍ରମରେ ସାମିଲ ହୋଇଛିି । ଗୁଜୁରାଟର ବିଜେପି ସରକାର ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପାଠ୍ୟକ୍ରମରେ ଭଗବତ ଗୀତାକୁ ସାମିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁହେବ ବୋଲି ଗୁଜୁରାଟ ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଏବେ ଗୁଜୁରାଟ ପରେ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା । କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବି,ସି ନାଗେଶ ଏନେଇ ସଂକେତ ଦେଇଛନ୍ତି । ନାଗେଶ ଶୁକ୍ରବାର ଦିନ କହିଛନ୍ତି କି ଭଗବତ ଗୀତା କେବଳ ହିନ୍ଦୁ ମାନଙ୍କ ପାଇଁ ନୁହେଁ ବରଂ ଏହାକୁ ପଢିବା ସମସ୍ତଙ୍କ ପାଇଁ ଆବଶ୍ୟକ ରହିଛି । ତେଣୁ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି ।