ଗଞ୍ଜାମ/ ରଜନୀକାନ୍ତ ପାତ୍ର : ବଡ଼ଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ଏନ୍. ଭାଲୁ ପାତ୍ର ଏବଂ ଏନ୍.ଝୁନୁ ପାତ୍ରଙ୍କ କନିଷ୍ଠ ପୁତ୍ର ଏନ୍. କାମରାଜୁ ପାତ୍ର ପାଇଲେ କଲେଜ ବେଷ୍ଟ ଭଲ୍ୟୁଣ୍ଟୀଅର ଆଫ୍ ଦି ଇୟର ଆୱାର୍ଡ଼-୨୦୨୩ । ସ୍ଥାନୀୟ ସୋରଡ଼ା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପାଢି ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ମୁଖ୍ୟବକ୍ତା ଭାବେ ଡ଼ଃ କମ୍ବୁପାଣି ସାମନ୍ତ, ଦକ୍ଷିଣାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, କଲେଜ ସଭାପତି ଶିବ ଦାସ ପ୍ରଭୃତି ଯୋଗ ଦେଇ ଶୁଭେଛା ଜଣାଇ ଥିଲେ । ବର୍ତ୍ତମାନ ଏନ୍.କାମରାଜୁ ଏହି କଲେଜରେ ସ୍ନାତକ ରାଜନୀତି ବିଜ୍ଞାନ ସମ୍ମାନର ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ । ସେ ଏନ ଏସ ଏସ ର ସ୍ବେଚ୍ଛାସେବୀ ରହିବା ସହ ସବୁ କାର୍ୟ୍ୟକ୍ରମରେ ତାଙ୍କର ସକ୍ରିୟ ସହଯୋଗ, ନେତୃତ୍ବ ଭରା ଆଗ୍ରହ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଏନ ଏସ ଏସ କାର୍ୟ୍ୟକ୍ରମ ଅଧିକାରୀ ଡ଼ଃ ହୃଷୀକେଶ ମିଶ୍ର କହିଛନ୍ତି । ସେ ଏହା ପୂର୍ବରୁ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର, ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ମହେନ୍ଦ୍ରଗିରି କୁ ଦୁଃସାହସିକ ଶିବିର ଯୋଗ ଦେବା ସହ ଗଛ ଲଗାଇବା ଏଵଂ ବିଭିନ୍ନ ପ୍ରକାରର ସାମାଜିକ ସେବାରେ ସେ ନିଜକୁ ବ୍ରତୀ ରଖିଛନ୍ତି । ଏଥିରେ ତାଙ୍କ ବଡ଼ ଭାଇ ଏନ୍. ନିଳମାଧବ ପାତ୍ର ଯିଏକି ସମାଜ ସେବାରେ ରାଜ୍ୟ ପୁରସ୍କାର ପ୍ରାପ୍ତ, ବିଭାଗୀୟ ଅଧ୍ୟାପକ ବିବେକାନନ୍ଦ ନାୟକ, ଅଧ୍ୟାପକ ଶୟଦ୍ ଆଜମୀ ଏବଂ ସାଙ୍ଗସାଥୀ, ସମ୍ପର୍କୀୟ ସମସ୍ତେ ବେଶ୍ ଖୁସି ପ୍ରକାଶ କରିଛନ୍ତି ।