ବସୁନ୍ଧରା ଯୋଜନା ଗରିବଙ୍କ ପାଇଁ ସାତ ସପନ

(ଜୟନ୍ତ କୁମାର ସେଠୀ / ପୁରୀ): ବସୁନ୍ଧରା ଯୋଜନା ଗରିବଙ୍କ ପାଇଁ ସାତ ସପନ । ବସୁନ୍ଧରା ଯୋଜନା ଗରିବ ଭୂମିହୀନଙ୍କୁ ସାମିଲ କରାଯାଉନଥିବା ଅଭିଯୋଗ ହୋଇଛି । ସେମାନଙ୍କ ନାମରେ କୈାଣସି ଜମିଜୁମା ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ । ସେପଟେ ବର୍ଷ ବର୍ଷ ଧରି ଆବେଦନ କରୁଥିଲେ ମଧ୍ୟ ସରକାରୀ ବାବୁଙ୍କ ଫାଇଲ ତଳେ ରହିଯାଉଛି ଆବେଦନ ପତ୍ର । ଜମି ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ନାମରେ କୈ।ଣସି ସ୍ଥାନରେ ଜମି ନଥିଲେ ଜମି ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ ।
ଗରିବ ଓ ଅସହାୟ ଭୂମିହୀନ ପରିବାର ମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇ ଯୋଗାଇ ଦିଆଯାଉଛି ଜମି । କିନ୍ତୁ ନିମାପଡା ବ୍ଲକରେ ଏଥିରେ ଦେଖା ଦେଇଛି ବ୍ୟତିକ୍ରମ । ବର୍ଷ ବର୍ଷ ଧରି ଯୋଗ୍ୟ ହିତାଧିକାରୀ ପଲିଥିନ ତଳେ ଜିବନ ଯାପନ କରୁଥିଲେ ମଧ୍ୟ ସରକାରୀ ବାବୁଙ୍କ ଦୁଷ୍ଟି ଆଢୁଆଳରେ ରହିଯାଉଛନ୍ତି ଏମାନେ । ଏ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ଶଗଡା ପଞ୍ଚାୟତ ଏକମକଣା ଗ୍ରାମର ସୁମତି ଦାସ । ସୁମତି ଜଣେ ଦିବ୍ୟାଙ୍ଗ ମହିଳା ହୋଇଥିବା ବେଳେ ତାଙ୍କ ସ୍ଵାମୀ ଦୀନ ମଜୁରିଆ ଭାବରେ କାମ କରନ୍ତି । ପିପିଲି କୋଣାର୍କ ରାସ୍ତାର ପାର୍ଶ୍ଵର ଅନତୀଦୂରରେ ଏକମକଣାରେ ପ୍ରାୟ ୪୦ ବର୍ଷ ଧରି ରହି ଆସୁଛନ୍ତି ସୁମତି । ଗାଁରେ ଦିନ ମଜୁରିଆ ଅନେକ ଥର ପକ୍କା ଗୃହ ଯୋଜନାରେ ଏହି ପରିବାରକୁ ସାମିଲ କରାଯାଇଥିବା ବେଳେ ଯାଗା ନ ଥିବାରୁ ଏହି ଯୋଜନା ପାଇ ମଧ୍ୟ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି ଏମାନେ । ସେପଟେ ବାରମ୍ଵାର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଏହି ଅସହାୟ ପରିବାର ।
ସେପଟେ ବର୍ଷ ବର୍ଷ ଧରି ଏଭଳି ଅସହାୟ ଅବସ୍ଥାରେ ଏହି ପରିବାର ଜିବନଯାପନ କରୁଥିବା ବେଳେ ସରକାର ସେମାନଙ୍କୁ ସହଯୋଗର ହାତ ବଢାନ୍ତୁ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।