କରଞ୍ଜିଆ /ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମରେ କୁରାଢ଼ୀ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ହୋଈଛନ୍ତି।ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସେହି ଗ୍ରାମର ବିରଞ୍ଚି ମହାନ୍ତ(୪୨) ବୋଲି ଜଣା ପଡ଼ିଛି। ଗୁରୁତର ଙ୍କୁ ପରିବାର ଲୋକେ ଅଗ୍ନିଶମ ଗାଡି ଯୋଗେ ଚିକିତ୍ସା ପାଇଁ ସୀମାନ୍ତ କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ କଟକ ବଡ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ରାତି ବେଳେ ଗ୍ରାମର ଚନ୍ଦ୍ର ହୋ ଙ୍କ ଘରେ ବିରଞ୍ଚି ଓ ଚନ୍ଦ୍ର ତାଙ୍କ ଘରେ ବସି ମଦ ପିଇଥିଲେ ଏବଂ ପରେ କୌଣସି କାରଣ ବସତ ସେଠାରେ ରାତି ପ୍ରାୟ ୯ ଟା ରୁ ୧୦ ଟା ଭିତରେ କୌଣସି କାରଣ କୁ ନେଇ ଚନ୍ଦ୍ର ବିରଞ୍ଚି ଙ୍କ ଗୋଡ଼କୁ କୁରାଢ଼ୀ ରେ ହାଣିବା ସହ ଗୋଡ଼ କୁ ସେହି କୁରାଢ଼ୀ ରେ ଛେଚି ଦେଇଥିଲେ।ଆକ୍ରମଣ ରେ ବିରଞ୍ଚି ଗୁରୁତର ହୋଇଥିଲେ। ଘଟଣା ପରେ ସାହି ପଡୋଶୀ ମାନେ ବିରଞ୍ଚି ଙ୍କୁ ଉଦ୍ଧାର ଆନନ୍ଦପୁର ଅଗ୍ନିଶମ କୁ ଖବର ଦେଇ ଥିଲେ। ଗୁରବାର ସକାଳେ ଗୁରୁତର ବିରଞ୍ଚି ଙ୍କ ପିତା କୃଷ୍ଣଚନ୍ଦ୍ର ମହାନ୍ତ ଏ ସମ୍ପର୍କରେ ମହୁଲଡ଼ିହା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେଶ ନମ୍ବର ୫୭ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିଲା।ଘଟଣାସ୍ଥଳ କୁ ପୋଲିସ ଯାଇ ଅଭିଯୁକ୍ତ ଚନ୍ଦ୍ର ହୋ (୬୮ )ଙ୍କୁ ଗିରଫ କରି ଘଟଣା ର ତଦନ୍ତ କରୁଛି।