ନୂଆଦିଲ୍ଲୀ: ଗତକାଲି ସିକ୍କିମର ନାତୁଲାରେ ହଠାତ ହୋଇଛି ପ୍ରବଳ ତୁଷାରପାତ । ଫଳରେ ଫସିରହିଛନ୍ତି ୫ଶହରୁ ଅଧିକ ପର୍ଯ୍ୟଟକଙ୍କ ସହ ପ୍ରାୟ ୧୭୫ଟି ଫସିରହିଥିବା କୁହାଯାଉଛି । ଶେଷରେ ତ୍ରିଶକ୍ତି କର୍ପସର ସେନାମାନେ ସହାୟତାର ହାତ ବଢ଼ାଇଛନ୍ତି। ଫସି ରହିଥିବା ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ମେଡିକେୟାର, ଗରମ ଖାଦ୍ୟ ଇତ୍ୟାଦି ଯୋଗାଇଦେଇଛନ୍ତି। ଏହାପୂର୍ବରୁ ଫେବୃଆରୀ ୨୦ ରେ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସିଆରପିଏଫ ଯବାନମାନେ ପ୍ରବଳ ତୁଷାରପାତ ହେତୁ ଅଟକି ରହିଥିବା ଗାଡିଗୁଡିକୁ ସାହାଯ୍ୟ କରିଥିଲେ। ଏହି ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେତୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ସମେତ ଭୂସ୍ଖଳନ ହେତୁ ଅନେକ ରାସ୍ତା ଅବରୋଧ ହୋଇଥିଲା।