ଅନୁଗୋଳ / ସୁଧାକର ସାହୁ :ଭାରତୀୟ ଯୋଗ ସଂସ୍ଥାନ ଅନୁଗୋଳ କ୍ଷେତ୍ର ବାର୍ଷିକ ଉତ୍ସବ (ପଞ୍ଚମ )ସରସ୍ବତୀ ଶିଶୁ ମନ୍ଦିର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଟି ଯଜ୍ଞ ଆହୁତି ଦ୍ବାରା ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିବରଣୀ ପାଠ କଲେ ସଂସ୍ଥାର ମୁଖ୍ୟ ଶ୍ରୀମତୀ ସଂଯୁକ୍ତା ପାଲ l ମୁଖ୍ୟ ଅଥିତି ଶ୍ରୀ ହେମନ୍ତ କୁମାର ଦାସ ଯୋଗର ମହତ୍ୱ ବିଷୟରେ ଆଲୋକ ପାତ କଲେ l ସାମ୍ନାନୀୟ ଅତିଥି ଶ୍ରୀ ବିଜନ କୁମାର ଥମ୍ବ ଯୋଗର ଲାଭ ବିଷୟରେ ବୁଝାଇଥିଲେ l ଏହା ପରେ ଯୋଗ ସମ୍ଭଦୀୟ ସଂlସୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀ ସର୍ବେଶ୍ୱର ପାଲ, ପୁଷ୍ପଲତା ସାହୁ, ନିରଞ୍ଜନ ପଣ୍ଡା, ରହିମ ପ୍ରଧାନ, ପ୍ରଫୁଲ୍ଲ ଦଳେଇ, ପ୍ରବୀର ପ୍ରଧାନ, ଅଞ୍ଜନା ବରାଳ, ତୃପି ଆଚାର୍ଯ୍ୟ, ଶର୍ମିଷ୍ଠା ପତି, ଅର୍ଚନା ଦତ୍ତ ସହଯୋଗ ଓ ପରିଚାଳନା କରିଥିଲେ l ବିଜୟ ମୋଦି, ଧନେଶ୍ୱର ନାୟକ, କବି ପ୍ରଭାକର ଓ ଅନ୍ୟାନ ଅଥିଥି ବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସରସ୍ବତୀ ଶିଶୁ ମନ୍ଦିର, ଜରସିଂଗା, ଆର୍ଯ୍ୟଭଟ୍ଟ କୋଚିଙ୍ଗ ସେଣ୍ଟର, ଅର୍. କେ ସେଣ୍ଟର ର ପିଲାମାନେ ଓ ଆଖପାଖ ର ବହୁ ଯୋଗ ପ୍ରେମୀ ଙ୍କ ଦ୍ୱାରା ଯୋଗ ଅଭ୍ୟାସ କରାଯାଇଥିଲା l ଶ୍ରୀମତୀ ତୃପ୍ତି ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ଶେଷରେ ଓଁ କାର ଧ୍ବନି ସହିତ ଶାନ୍ତି ପାଠ ହୋଇଥିଲା l