ନୂଆଦିଲ୍ଲୀ: ଆଜିଠୁ ପବିତ୍ର ଅମରନାଥ ଯାତ୍ରା।କୋଭିଡ଼ କଟକଣା ଯୋଗୁଁ ୨ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ । ‘ବମ୍ ବମ୍ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି ।ବାର୍ଷିକ ଅମରନାଥ ଯାତ୍ରା ପାଇଁ ୩ ଲକ୍ଷରୁ ଅଧିକ ଯାତ୍ରୀ ପଞ୍ଜିକରଣ କରିଛନ୍ତି । ପ୍ରଥମ ବ୍ୟାଚ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି ।ତୀର୍ଥଯାତ୍ରୀଙ୍କ ଗତିବିଧି ତଥା କଲ୍ୟାଣ ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି । ୪୩ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ ।