ଭୁବନେଶ୍ବର: ଆସନ୍ତା 21ରେ ବସିବ ଓଡିଶା ବିଧାନସଭାର ସର୍ବଦଳୀୟ ବୈଠକ । ପୂର୍ବାହ୍ନ 11 ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡିବେ ବାଚସ୍ପତି । ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ । ସେହିପରି ଆସନ୍ତା 23 ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ । ସେହିଦିନ 12 ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ ଏବଂ 24 ରେ ଫଳାଫଳ ଘୋଷଣା ।