ଗାଡିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ମିସ୍ତ୍ରୀଙ୍କର ମୃତ୍ୟୁ.ଦୁଇ ଗୁରୁତର

ଖୋର୍ଦ୍ଧା ; ଖୋର୍ଦ୍ଧା ତୋଟାପଡା ଛକରେ ଅଘଟଣ । ଗାଡିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି ।ପ୍ରେସର ଟାଙ୍କି ଫାଟି ଟାୟାର ମିସ୍ତ୍ରୀଙ୍କର ମୃତ୍ୟୁ । ଶରୀରର ୭୫ ଭାଗ ନଷ୍ଟ ହୋଇଯାଇଥିଲା ।ଖଣ୍ଡ ବିଖଣ୍ଡିତ ଶରୀର ଇତସ୍ତତଃ ଭାବେ ପଡିଛି ରାସ୍ତାରେ ।ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର । ଅଘଟଣରେ ଗ୍ଯାରେଜ ମିସ୍ତ୍ରୀଙ ମୃତ୍ଯୁ ହୋଇଛି । ମୃତକ ହେଲେ ନବଘନ ପରିଡ଼ା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ ।