ଅଭିନେତା ସିର୍ଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ମୁମ୍ବାଇ : ଆଉ ନାହାନ୍ତି ସିର୍ଦ୍ଧାର୍ଥ ଶୁକ୍ଲା । ମୁମ୍ବାଇର ଏକ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍ ବସ୍ ସିଜିନ୍ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ବିଗ୍ ବସ୍ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦନ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍ ବୟସରେ ହଠାତ୍ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ ଙ୍କୁ ସ୍ତବ୍ଧ କରିଦେଇଛି।