ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ନିଟ୍ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କ ଆଡମିଶନ । ନିଟ ଜେଇରେ ସଫଳ ହୋଇ ଡାକ୍ତରୀ ପାଠ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଆଜି ଠାରୁ ଆଡମିଶନ କରିପାରିବେ । ତେବେ ଆଜି ଦିନ ୧୧ ଟା ଠାରୁ ଓଜେଇଇ ଅଫିସରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଥବା ବେଳେ ଏହା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ତେବେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନିଜର ସମସ୍ତ ସାର୍ଟିଫିକେଟ ଦାଖଲ କରିବା ସହ, ସିଟ ପାଇଁ ଆବେଦନ ପ୍ରକ୍ରିୟା ସରିବ । ପରେ ପ୍ରୋଭିଜିନାଲ ଆଡ଼ମିଶନ ହେବ ।
ଏହା ଟେମ୍ପରାରିଲି ଆଡ଼ମିଶନ ହିସାବରେ ଗ୍ରହଣ କରାଯିବ । ପରେ ଫାଇନାଲ ଆଲର୍ଟମେଣ୍ଟରେ ପିଲା ମାନେ ବାଛିଥିବା ମେଡିକାଲ କଲେଜରେ ଯାଇ ନାମ ଲେଖାଇବେ। ପୂର୍ବରୁ ଅନଲାଇନ ଭେରିଫିକେସନ ରହିଛି ।ଆଜି ଫିଜିକାଲି ଭାବେ ସିଏଲସି ସାର୍ଟିଫିକେଟ ସହ ଆଡ଼ମିଶନ ଟଙ୍କା ପୈଠ
କରିବେ। ଆଜି ପ୍ରଥମ ଦିନରେ କଟକ ଏସସିସବି ମେଡ଼ିକାଲ କଲେଜ ଓ ହାଇଟେକ ମେଡ଼ିକାଲ କଲେଜରେ ଆଡ଼ମିଶନ ପାଇଁ ଆଲର୍ଟମେଂଟ କରାଯାଇଥିବା ସୂଚନା ଦେଇଛନ୍ତି ଓଜେଇଇ ଅଧକ୍ଷ ପ୍ରଫେସର ଡିପି ଶତପଥୀ।