ତିର୍ତୋଲ / ଦିଲ୍ଲୀପ ସହୂ : ଅଭିନୟ କରୁଥିବା ବେଳେ ଯାତ୍ରା ମଞ୍ଚରେ ଚେତାଶୂନ୍ୟ ହୋଇ ପଡିଲେ ଯଲିଉଡ ଅଭିନେତ୍ରୀ। ସୁଦୂର କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରର କେ.ଆର.ପୁରମ୍ ରେ ଘଟିଛି ଏଭଳି ଘଟଣା।ସେଠାକାର ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ଗଠିତ ଜଗନ୍ନାଥ ଯାତ୍ରା କମିଟି କ୍ରିଷ୍ଣା ପଲ୍ଲିଆର ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୨ରୁ୨୮ତାରିଖ ପର୍ୟ୍ୟନ୍ତ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ପକ୍ଷରୁ ଅପେରା ପରିବେଷଣ କରାଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା।’ଏଇ ମନ ଝୁରୁଛି ତୋତେ’ ନାଟକର ଏକ ଦମଦାର ସିନ୍ ରେ ଖଳନାୟକ ଶୁଭ ଖୁଣ୍ଟିଆ ଓ ଅଭିନେତ୍ରୀ ସୁଇଟ୍ ଅଭିନୟ କରୁଥିବା ବେଳେ ହଠାତ ଅଭିନେତ୍ରୀ ସୁଇଟ୍ ଚେତାଶୂନ୍ୟ ହୋଇ ମଞ୍ଚରେ ଚେତାଶୂନ୍ୟ ହୋଇ ପଡିଲେ । ଅଭିନୟ ଛଳରେ ଉପସ୍ଥିତ ବୁଦ୍ଧି ଖଟାଇ ଖଳନାୟକ ଶୁଭ ଖୁଣ୍ଟିଆ ଦୌଡ଼ି ଯାଇ ମଞ୍ଚ ତଳୁ ପାଣି ବୋତଲ ଆଣି ସୁଇଟ୍ ଙ୍କ ମୁହଁରେ ଛିଞ୍ଚି ଚେତା ଫେରାଇବା ସହ ଦୁହେଁ ପୁର୍ନବାର ଅଭିନୟ କରିଥିଲେ। ଏହି ଦୃଶ୍ୟ ଉପସ୍ଥିତ ୪ହଜାରରୁ ଉର୍ଦ୍ଧ ଦର୍ଶକଙ୍କୁ ଆଚମ୍ବିତ କରିଥିବା ବେଳେ ଦୃଶ୍ୟଟି ଏବେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ସୁଇଟ୍ ଙ୍କ ଏକ ଗୀତ ଖୁବ୍ ଭାଇରାଲ ହୋଇଥିଲା। ଓଡ଼ିଆ ଯାତ୍ରା ଏବେ ରାଜ୍ୟ ବାହାରେ ଆଦୃତ ହେଉଥିବା ବେଳେ ଏହି ଦୃଶ୍ୟଟି ଏବେ ଚର୍ଚ୍ଚାକୁ ଆସିଛି।