ଶ୍ରୀମନ୍ଦିର ଭିଜୁଆଲ ଭାଇରାଲଓ ଉତ୍ସବ ଆପ୍ ଘଟଣାରେ ଆସନ୍ତା ୭ରେ ସିଂହଦ୍ଵାର ଥାନାରେ ହାଜର ହେବେ ଅଭିଯୁକ୍ତ

ପୁରୀ: ଶ୍ରୀମନ୍ଦିର ଭିତର ଭିଜୁଆଲ ଭାଇରାଲ ହେବା ଘଟଣା ଓ ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଆଦି ଦୁଇଟି ମାମଲାର ଅଭିଯୁକ୍ତ ମାନେ ଆଜି ସିଂହଦ୍ଵାର ଥାନାରେ ହାଜର ହେବାକୁ ଦିଆଯାଇଥିଲା ନୋଟିସ। ସିଂହଦ୍ଵାର ପୁଲିସ ପକ୍ଷରୁ ଜାରୀ ହୋଇଥିଲା ନୋଟିସ। ମାତ୍ର ଅଭିଯୁକ୍ତ ମାନେ ଏହି ତାରିଖ ପରିବର୍ତ୍ତେ ଆଉ ଗୋଟିଏ ତାରିଖକୁ ଘୁଞ୍ଚାଇବାକୁ ନିବେଦନ କରିଥିଲେ। ଏଣୁ ସିଂହଦ୍ଵାର ଥାନା ପୁଲିସ ପକ୍ଷରୁ ଆସନ୍ତା ୭ତାରିଖ ପୂର୍ବାହ୍ନ ୧୦ଟାରେ ହାଜର ହେବାକୁ କରାଯାଇଛି  ନୋଟିସ। ଅଭିଯୁକ୍ତ ମାନେ ନିର୍ଦ୍ଧାରିତ ତାରିଖରେ ସିଂହଦ୍ଵାର ଥାନାରେ ହାଜର ହୋଇ ପକ୍ଷ ରଖିବେ। ସେମାନଙ୍କ ବିରୁଦ୍ଧରେ ରହିଛି ସଂଗିନ ଅଭିଯୋଗ। ଗତ ୨୫ତାରିଖରେ ହୋଇଥିଲା ମାମଲା। ଶ୍ରୀମନ୍ଦିର ପ୍ରଶାସନର ଏତଲା କ୍ରମେ ରୁଜୁ ହୋଇଥିଲା ମାମଲା। ମାମଲା ଆଧାରରେ ଦୁଇଟି ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି ଥାନାରେ ହାଜର ହେବାକୁ ଦିଆଯାଇଥିଲା ନୋଟିସ। ଅଭିଯୁକ୍ତ ମାନଙ୍କ ନିବେଦନକୁ ଆଧାର କରି ହାଜର ହେବା ତାରିଖ ଆଜି ପରିବର୍ତ୍ତେ ଆସନ୍ତା ୭ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେପଟେ  ଶ୍ରୀମନ୍ଦିର ଭିତର ଭିଡ଼ିଓ  ଭାଇରାଲ ଘଟଣାରେ  ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ରିଲ୍ସ କରି ନିଜ ଇନଷ୍ଟାଗ୍ରାମ ରେ ଭିଡ଼ିଓ ଅପଲୋଡ଼ କରିଥିଲେ। ତେବେ ଶ୍ରୀ ମନ୍ଦିର ଏତେ କଡ଼ା ନିରାପତ୍ତା ସତ୍ବେ ସେ କିଭଳି ମୋବାଇଲ୍ ନେଲେ ଓ ରିଲ ବନାଇଲେ ସେ ନେଇ ପ୍ରଶ୍ନ ବାଚୀ ଶୃଷ୍ଟି କରିଥିଲା। ତେବେ ଏହି ଘଟଣା ପୁଣି ଶ୍ରୀ ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣିତ କରିଥିଲା।   ସେପଟେ ରୋହୀତ ଜସୱଲ ନାମକ ଏହି ବ୍ଯକ୍ତି ନିଜ ଇନଷ୍ଟାଗ୍ରାମରେ କରିଥିଲେ ଭାଇରାଲ। ଜୁଲାଇ ୩ତାରିଖରେ ସିଂହଦ୍ଵାର ଥାନାରେ ହାଜର ହେବାକୁ  ଅଭିଯୁକ୍ତ ରୋହୀତ ଜସୱଲକୁ ଦିଆଯାଇଥିଲା ନୋଟିସ। ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଂହଦ୍ଵାର ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା।

ସେପଟେ ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଘଟଣାରେ  ଉତ୍ସବ ଆପ୍ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ମାମଲା ରୁଜୁ ହେବା ସହ ନୋଟିସ ଜାରୀ ହୋଇଥିଲା। ଜୁଲାଇ ୩ତାରିଖରେ ସିଂହଦ୍ଵାର ଥାନାରେ ହାଜର ହେବାକୁ ଉତ୍ସବ ଆପ୍ ର ସିଇଓଙ୍କ ସମେତ ତିନିଜଣକୁ ଦିଆଯାଇଥିଲା ନୋଟିସ। ତିନିଜଣ ହେଉଛନ୍ତି ଆପ୍ ର ସିଇଓ ସୌରଜିତ ବସୁ,ଚିଫ୍ ଟେକ୍ନୋଲୋଜି ଅଫିସର ପ୍ରଜାତ ସାମନ୍ତ ଓ ଚିଫ୍ ମାର୍କେଟିଂ ଅଫିସର ଅଙ୍କିତା ଦେ ବୋଲି ଜଣାପଡିଛି। ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ରହିଛି।  ଅଭିଯୁକ୍ତ ମାନେ ନିର୍ଦ୍ଧାରିତ ତାରିଖ ଅର୍ଥାତ ଆଜି ସିଂହଦ୍ଵାର ଥାନାରେ ହାଜର ହୋଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ନୋଟିସ।