ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଧରାପଡିଛି

ଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଧରାପଡିଛି । ଧମକପୂର୍ଣ୍ଣ ଫୋନ କରିଥିବା ଅଭିଯୁକ୍ତକୁ ବାଙ୍ଗାଲୁରୁରୁ ଧରିଲା ଦିଲ୍ଲୀ ପୋଲିସ । ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ବିଜେବି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିଲେ ଅଭିଯୁକ୍ତ । ଏନେଇ ବୈଜୟନ୍ତଙ୍କ କାର୍ଯ୍ୟଳୟରୁ ଏକ ଏତଲା ଦିଆଯାଇଥିଲ । ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ କରି ଅଭିଯୁକ୍ତର ଫୋନ ଟ୍ରାକ କରିଥିଲା ପରେ ଅଭିଯୁକ୍ତ ବାଙ୍ଗାଲୁରୁରେ ରହିଥିବା ଯାଣିବାକୁ ପାଇଥିଲ । । ସ୍ୱତନ୍ତ୍ର ପୁଲିସ ଟିମ୍ ବାଙ୍ଗାଲୁରୁ ଯାଇ ଅଭିଯୁକ୍ତକୁ ଧରି ଦିଲ୍ଲୀ ଆଣିଥିଲା। ପରେ ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଜେରା କରିଥିଲା। ଜେରା ବେଳେ ଅବସାଦ ହେତୁ ଏମିତି ଫୋନ୍ କରିଥିବା ଅଭିଯୁକ୍ତ ପୁଲିସ ଆଗରେ କହିଥିଲା। ଏହାସହ ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଥିଲା। ଏନେଇ ଅଭିଯୁକ୍ତ କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି କରିବନି ବୋଲି ପୁଲିସକୁ ଲିଖିତ ଭାବେ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ କୌଣସି ଚାର୍ଜ ନ ଲଗାଇ ଛାଡ଼ି ଦେବାକୁ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ ଅଫିସ ପକ୍ଷରୁ ଦିଲ୍ଲୀ ପୁଲିସକୁ କୁହାଯାଇଛି।