ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ : ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ଠାରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ସଭାରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଡ଼ଃ ରମାନାଥ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମୂଖ୍ୟ ବକ୍ତା, କଟକ ସାଂସଦ ଭର୍ତ୍ତୁହରି ମହତାବ ମୂଖ୍ୟ ଅତିଥି, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ସ୍ଥାନୀୟ ସରପଞ୍ଚ ଗୈାତମୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ଇ-ଲାଇବ୍ରେରୀ ଅତିଥି ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉନ୍ମୋଚିତ ହେଲା। ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ସିଜଲର ଡ୍ୟାନ୍ସ ଗୃପ୍ ଭୁବନେଶ୍ୱର ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।