ଗଙ୍ଗପଡ଼ା ସ୍ଥିତ ଗିଫ୍ଟ ସ୍ଵୟଂ ଶାସିତ କଲେଜରେ ୧୫ ତମ ଆଲୁମିନିମିଟ୍ ଗାମେକ୍ସ-୨୦୨୫  ଅନୁଷ୍ଠିତ ହୋଇଯାଇଛି

ଗଙ୍ଗପଡ଼ା ସ୍ଥିତ ଗିଫ୍ଟ ସ୍ଵୟଂ ଶାସିତ କଲେଜରେ ୧୫ ତମ ଆଲୁମିନିମିଟ୍ ଗାମେକ୍ସ-୨୦୨୫  ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁର, ଦିଲ୍ଲୀ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ଭୁବନେଶ୍ୱରର ବିଭିନ୍ନ ସେକ୍ଟରରେ ନିଯୁକ୍ତି ପାଇଥୁବା ୫୦୦ ରୁ ଉର୍ଦ୍ଧ୍ଵ ଗିଫ୍ଟୟାନମାନେ ଯୋଗ ଦେଇଥିଲେ । ଏହି ସମାରୋହରେ ଗିଫ୍ଟର ଭାଇସ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା, ଅଧକ୍ଷ ଡଃ ତ୍ରୀଲୋଚନ ସାହୁ, ଓଏସ୍‌ଡ଼ି ଇଂ ସମୀର ରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଫେସର ସୁଚିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ଜଗନ୍ନାଥ ରାୟ ପରିଚାଳନା କରିଥିବା ବେଳେ ପ୍ରଫେସର ସୁଚିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମର ଶେଷରେ ଭୋଜି ଭାତ ସହିତ ଗିଫ୍ଟୟାନମାନଙ୍କ ଦ୍ଵାରା ନାଚ ଗୀତର ଆସର ଦେଖିବାକୁ ମିଳିଥିଲା ।