ଜାମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମିଳିତ ଅପରେସନରେ ଆତଙ୍କବାଦୀ ନିହତ

ଜମ୍ମୁ: ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏକ ମିଳିତ ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। କିସ୍ତୱାରର ଚାତରୁ ଅଞ୍ଚଳରେ ଏପ୍ରିଲ ୯ ତାରିଖରେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ଅଭିଯାନରେ ଫଳରେ ଆତଙ୍କବାଦୀ ନିହତ ହୋଇଛି । ଏହି ଅଭିଯାନ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଉପରେ ଆଧାରିତ ଥିଲା । ଖବର ପାଇଁ ସେନାର ମିଳିତ ବାହିନୀ ସମ୍ପୃକ୍ତ ଅଞ୍ଚଳର ଛାନଭିନ୍ନ କରିଥିଲା । ସର୍ଚ୍ଚ ଅପରେସନ ସମ୍ପର୍କରେ ଆତଙ୍କବାଦୀମାନେ ଜାଣିବା ପରେ ସେମାନଙ୍କର ସେନା ସହିତ ଗୁଳିବିନିମୟ ହୋଇଥିଲା, ଯାହା ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ତେବେ ଘନ ଜଙ୍ଗଲରେ ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ସେନା ଏବଂ ପୋଲିସ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନ ଜାରି ରହିଥିବା କଥା, ଜଣେ ଅଧିକାରୀ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ଦମନରେ ମିଳିତ ବାହିନୀର ଭୂମିକାକୁ ପ୍ରଶଂସା କରିବା ସହିତ ଶୀଘ୍ର ଜମ୍ମୁ କାଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।