ଭୁବନେଶ୍ୱର: ଦିଲ୍ଲୀ ଯାଇ ବିଦ୍ଧିବଧ ଭାବେ ସାମିଲ ବିଜେପି ରେ ସାମିଲ ହୋଇଛନ୍ତି ଭର୍ତ୍ତୃହରିଙ୍କ ସହ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା । ଆଜି ସେ ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି ।
ସୂଚନା ଅନୁଯାୟୀ ଅଭିନେତା ତଥା ପୂର୍ବତନ ସାଂସଦ ୨୦୦୯ ଓ ୨୦୧୪ ମହିହରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ କିନ୍ତୁ ୨୦୧୯ରେ ସେ ନିର୍ବାଚନ ଲଢିନଥିଲେ । ତେବେ ୧୦୨୪ରେ ବିଜେଡି ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସେ କହୁଥିଲେ । ତେବେ କିଛି ମାସ ତଳେ ସିଦ୍ଧାନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା ।
ସେହିପରି ବିଜେପିରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା । ସେ ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ ‘ଜିୱି ଝର୍ନା’ ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ସେହିପରି ସେ ବାରିପଦା ‘ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅଧ୍ୟକ୍ଷା ଭାବରେ ସ୍ଥାପିତ ଥିଲେ । ନକଟରେ ସେଠାରୁ ଅବସର ନେଇଛନ୍ତି । ତେବେ ବେଦାଗ ଚେହେରା ଓ ସ୍ୱଚ୍ଛ ଭାବମୁର୍ତ୍ତି ପାଇଁ ଦଳ ବାରିବଦା ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।