ମାଲକାନଗିରି: ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି । କାଲି ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ ହୋଇଥିଲେ । ରାଖେଲଗୁଡ଼ାରେ ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଏକାଠି ହେଲେ ଗୋଟିଏ ଗୋଷ୍ଠୀ । ମାଲକାନଗିରି ସହରରେ ଅନ୍ୟ ଏକ ଗୋଷ୍ଠୀର ବହୁ ସଂଖ୍ୟାରେ ମେଳି । ସେପଟେ ମାଲକାନଗିରି MV 26 ଗାଁରେ ଲାଗୁ ହେଲା BNS163 । ଗାଁ ରେ ୪ ଦିନ ବନ୍ଦ ରହିବ ସ୍କୁଲ । ଅନ୍ୟପଟେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ DIG । ଗାଁରେ ପୋଲିସ ଛାଉଣୀ ହୋଇଛନ୍ତି ।

ସୂଚନା ଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା MV 26 ଗାଁରେ ଲଙ୍କାକାଣ୍ଡ ହୋଇଥିଲା । ରାଖାଲଗୁଡା ଓ MV 26 ଗାଁ ମଧ୍ୟରେ କିଛିଦିନ ଧରି ଚାଲିଥିବା ଉତ୍ତେଜନା ଜଳାପୋଡ଼ାର ରୂପ ନେଇଥିଲା । MV 26 ଗାଁରେ ଅନେକ ଲୋକଙ୍କ ଘର ଜାଳି ଦେଇଥିଲେ ଅପରପକ୍ଷ । ଗତକାଲିର ଘଟଣା ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । MV 26 ଗାଁରେ ପ୍ରାୟ ୨ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ନଦୀରୁ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ପୋଲିସ ସାମ୍ନାରେ ହୋଇଥିଲା ଲଙ୍କାକାଣ୍ଡ । ଭୟରେ କିଛି ସମୟ ପାଇଁ ପୋଲିସ ମଧ୍ୟ ପଳାଇଥିଲା । ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । BSF ଯବାନ ମଧ୍ୟ ମୁତୟନ ହୋଇଛନ୍ତି । mv26ଗାଁ ଏବେ ଜନ ଶୂନ୍ୟ ପାଲଟିଛି । ଭୟରେ ଗାଁ ଛାଡ଼ି ପଳାଇଛନ୍ତି ଲୋକ ।