ଆଇପିଏଲରେ ସଚିନଙ୍କ ଜବରଦସ୍ତ ଏଣ୍ଟ୍ରି

ନୂଆଦିଲ୍ଲୀ: କ୍ରିକେଟର ଫଟାଫଟ ସିଜନ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ପୁଣି ଥରେ ଦେଖିବାକୁ ମିଳିବ ଛକା ଚୌକାର ବର୍ଷା । ଏହାରି ମଧ୍ୟରେ ଆଇପିଏଲର ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଆଇପିଏଲ ପୂର୍ବରୁ ହିଁ ମୁମ୍ବାଇ ଚର୍ଚ୍ଚାର ପରିସରକୁ ଆସିଛି । ଦଳର ମେଣ୍ଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି ।

ୟୁଏଇରେ ସଚିନଙ୍କ ପହଞ୍ଚିବାର ଏକ ଦୃଶ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସୋଶଲ ମିଡିଆରେ ପୋଷ୍ଟ କରିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଚିନ ମୁମ୍ବାଇ କ୍ୟାମ୍ପରେ ଏକ ଦମଦାର ଏଣ୍ଟ୍ରି ମାରିଛନ୍ତି । କୌଣସି ଏକ ହିରୋର ଏଣ୍ଟ୍ରି ଭଳି ଦଳରେ ଯୋଗ ଦେଇଛନ୍ତି ଗଡ ଅଫ କ୍ରିକେଟ । ସଚିନଙ୍କର ଏହି ଅନ୍ଦାଜକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରିଛନ୍ତି । ଭିଡିଓର ପୃଷ୍ଠଭୁମିରେ ଏକ ମହାନ ସଙ୍ଗୀତ ଦିଆଯାଇଥିବା ବେଳେ ପୋଷ୍ଟରେ “ଦ ଆଇକନ, ଦ ଲେଜେଣ୍ଡଜ, ସ୍ୱାଗତ ଆହେ” ଲେଖାଯାଇଛି ।

ସଚିନଙ୍କ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ମାଞ୍ଚଷ୍ଟରରେ ଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳୀ ଜଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏକ ଚାର୍ଟର ବିମାନରେ ୟୁଏଇ ଅଣାଯାଇଛି । ଖେଳାଳୀମାନଭ୍କ ବ୍ୟତୀତ ସେମାନଙ୍କ ପରିବାରକୁ ମଧ୍ୟ ବିମାନ ସାହାଯ୍ୟରେ ଆବୁଧାବି ଅଣାଯାଇଛି । ଗାଇଡଲାଇନ ଅନୁସାରେ ଏମାନେ ୬ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି ଜଣାଯାଇଛି ।