୭ତାରିଖ ପରେ ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର:  ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ତେଣୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଆସନ୍ତା ୭ତାରିଖ ପରେ ରାଜ୍ୟକୁ ପୁଣି ଫେରିବ ତାତି  । ଏହାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ବଢିବ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀର ତାଣ୍ଡବ ଜାରି ରହିବ। ଆଗାମୀ ୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଗଞ୍ଜାମ, ଗଜପତିରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।