ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଅନୁଭୂତ ହେଉଛି ପ୍ରଚଣ୍ଡ ତାତି । ତତଲା ଲୌହପିଣ୍ଡ ପାଲଟିଛି ଓଡିଶା । ତାତି ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସେପଟେ ଆଜି ଦିନ ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବର ଆର୍ଦ୍ରତା ୭୧.୬% ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୧୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ୟ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା ।