ତେଲଙ୍ଗାନାର ଚାରମିନର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ହାଇଦ୍ରାବାଦ: ପୁଣି ଟଳିଲା ଏକ ବଡ ବିପଦ । ଦୁର୍ଘଟଣାରୁ ବର୍ତ୍ତିଲା ରେଳଯାତ୍ରୀଙ୍କ ଜୀବନ । ପୁଣି ଏକ ଟ୍ରେନ ହୋଇଛି ଲାଇନଚ୍ୟୁତ । ଏଭଳି ଏକ ଘଟଣା ଘଟିଛି । ହାଇଦ୍ରାବାଦର ତେଲଙ୍ଗାନାର ନାମପଲ୍ଲୀ ରେଲୱେ ଷ୍ଟେସନରେ । ଏହି ଷ୍ଟେସନରେ ଚାରମିନରର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ସେଥିରେ ୫ଜଣ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ, ରେଲୱେ ଷ୍ଟେସନର ଏକ ଟର୍ମିନାଲ ଷ୍ଟେସନରେ ଟ୍ରେନ ରହିବାର ଥିଲା । ଷ୍ଟେସନ ସରିବା ପୂର୍ବରୁ ଟ୍ରେନ ବ୍ରେକ ମାରିବାର ଥିଲା କିନ୍ତୁ ସଠିକ ସମୟରେ ବ୍ରେକ ନମାରିବାରୁ ଟ୍ରେନ ଟି ଆଗକୁ ଚାଲିଯାଇଥିଲା । ଏହି ଘଟଣା ପରେ ଟ୍ରେନର ୩ଟି ଡବା ଲାଇନଚ୍ୟୁତ ହୋଇଛି । ଆଉ ଟ୍ରେନ ଗେଟ ପାଖରେ ଠିଆ ହୋଇଥିବା ୫ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ରେଲୱେ ହସ୍ପିଟାଲକୁ ପଠାଯାଇଛି ।