ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡ଼େ)ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍ଏସ୍) ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ(କେସିଆର୍) ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ଠିକ ଦିନ ୧: ୨୫ ମିନଟ୍ରେ କେସିଆର୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଭୁ ଲକ୍ଷ୍ମୀନରସିଂହ ସ୍ବାମୀ ମନ୍ଦିରର ବୈଦିକ ପଣ୍ଡିତମାନେ ଏହି ସମୟ ନିର୍ଦ୍ଧାରଣ କରିଥିଲେ। ରାଜ୍ୟପାଳ ଇଏସ୍ଏଲ୍ ନରସିଂହମ କେସିଆର୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀ ମହମଦ ମହମୁଦ ଅଲିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।