ବିହାରର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ
ବିହାରର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିଲା।
(ପାଟନା) : ବିହାରର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିଲା। ଆନନ ଫାନନରେ ତାଙ୍କର ବାସଭବନରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତର ଏସକେ ସିହ୍ନା କହିଛନ୍ତି।
ସୂଚନାନୁଯାୟୀ , ତେଜପ୍ରତାପଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସକେ ସିହ୍ନା କହିଛନ୍ତି ଶେ, ତେଜପ୍ରତାପଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ପୂର୍ବରୁ ସେ ସ୍ପୁଟନିକ୍ ବି ଭ୍ୟାକ୍ସିନ ନେଇଥିଲେ। ଯଦି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡିବ ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବ। ଏହା ପୂର୍ବରୁ ଅକ୍ଟୋବର ମାସରେ ତେଜପ୍ରତାପଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିଲା। ସେହି ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଟନାରେ ରହୁଥିଲେ।