ଭାରତୀୟ କ୍ରିକେଟ୍‌ ଟିମ୍‌ର ୪ଜଣ ଖେଳାଳି କରୋନା ସଂକ୍ରମିତ 

୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱକୁ କବଳିତ କରିବାରେ ଲାଗିଛି ମହାମାରୀ କରୋନା  । ଅଭିନେତା ଓ ନେତା ମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ।ଏହାରିମଧ୍ୟରେ କରୋନାରୁ ବାଦ ପଡ଼ିନାହାନ୍ତି ଖେଳାଳି ।  ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କରୋନାରେ  ଆକ୍ରାନ୍ତ ହୋଇଥିବା ଖେଳାଳିମାନେ ହେଲେ ଶିଖର ଧାୱନ୍‌, ଋତୁରାଜ ଗାଏକ୍‌ୱାର୍ଡ, ଶ୍ରେୟସ୍‌ ଆୟେର୍‌ ଏବଂ ନବଦୀପ ସାଇନି। ସେହିପରି ଟିମ୍‌ ଇଣ୍ଡିଆର ୩ଜଣ ସହଯୋଗୀ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ବାହାରିଛନ୍ତି।

ସୂଚନାଯୋଗ୍ୟ ଯେ ୱେଷ୍ଟ୍‌ ଇଣ୍ଡିଜ୍‌ ବିପକ୍ଷରେ ହ୍ୱାଇଟ-ବଲ୍‌ ସିରିଜ୍‌ ଖେଳିବା ପାଇଁ ଜାନୁଆରି ୩୧ ତାରିଖ ଦିନ ଅହମଦାବାଦରେ ଭାରତୀୟ ଟିମ୍‌ ଏକତ୍ର ହୋଇଥିଲେ। ଏହାପରେ  ସେମାନଙ୍କୁ ୩ ଦିନିଆ ଏକାନ୍ତବାସରେ ରଖାଯାଇଥିଲା। ୩ ରାଉଣ୍ଡ୍‌ ‘ଆର୍‌ଟି-ପିସିଆର୍‌ ଟେଷ୍ଟିଙ୍ଗ୍‌’ ପରେ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।