କରୋନା ସମୟରେ ଶିକ୍ଷକଙ୍କୁ ମିଳିବ ଗୁରୁଙ୍କୁ ଭତ୍ତା

(ତେଲେଙ୍ଗନା): ଦେଶରେ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶିକ୍ଷକଙ୍କୁ ମିଳିବ ଗୁରୁଙ୍କୁ ଭତ୍ତା। ତେଲେଙ୍ଗନା ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ରାଜ୍ୟ ସରକାର ଦ୍ବାରା ମାନ୍ୟତାପ୍ରାପ୍ତ ବେସରକାରୀ ଶିକ୍ଷଣ ସଂସ୍ଥାନର ଶିକ୍ଷକ ଏବଂ ଅନ୍ୟକମର୍ଚାରୀଙ୍କୁ ମହାମାରୀ ସମୟରେ ପ୍ରତି ମାସ ୨ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ୨୫ କିଲୋଗ୍ରାମ ଚାଉଳ ମାଗଣାରେ ଦିଆଯିବ। ରାଜ୍ୟ ସରକାର ଶିକ୍ଷା ସଂସ୍ଥା ପୁଣି ଖୋଲିବା ପର୍ଯ୍ୟନ୍ତ ଏହି ସହାୟତା ପ୍ରଦାନ କରିବେ। ଏହାର ଆରମ୍ଭ ଖୁବ୍‌ଶୀଘ୍ର ହେବ ।
ସୂଚନାନୁଯାୟୀ ,ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି କି, କରୋନା ମହାମାରୀ ଯୋଗୁ ଶିକ୍ଷା ସଂସ୍ଥା ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ ଶିକ୍ଷକଙ୍କ ସମସ୍ୟାକୁ ଦୁରକରିବାକୁ ନିର୍ଣ୍ଣୟ ହୋଇଛି । ଶିକ୍ଷକମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଅନ୍ୟାନ୍ୟ ପ୍ରମାଣପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।