କାଲିମେଳା ବ୍ଲକ ପୁଶୁଗୁଡା ପଂଚାୟତ ଅନ୍ତର୍ଗତ ଉରୁବାଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଦିବସ ଉତ୍ସବ ଉଲ୍ଲାସପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପ୍ରଥମେ ଜଗନାଥ ଠାକୁରଙ୍କ ଫଟ ଓ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟ ଚିତ୍ର ରେ ପୁଷ୍ପ ମାଲ୍ୟ ଓ ଦୀପ ଧୂପ ପ୍ରଜଳିତ କରା ଯାଇଥିଲା । ଏହି ଗୁରୁ ଦିବସ ଅବସରେ ଶିକ୍ଷକ ଶ୍ରୀ ଆଶିଷ ରଞ୍ଜନ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଶିକ୍ଷକ ଶ୍ରୀ ମୁକେଶ କୁମାର ପାତ୍ର, ଶ୍ରୀ ଅଶୋକ କୁମାର ଗୋମାଙ୍ଗ, ଶ୍ରୀମତୀ ମୋନିଲିଶା ମଣ୍ଡଳ ଓ ଶ୍ରୀମତୀ ଅନୁରାଧା ବେହେରା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଅନିଲ କୁମାର ରଣା ଯୋଗ ଦେଇ ଶିକ୍ଷକ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ।