ଆନ୍ଦୋଳନରେ ଶିକ୍ଷକ ଶିକ୍ଷୟିତ୍ରୀ ,ସ୍କୁଲରେ ପଡ଼ିଛି ତାଲା

ବିଷମ କଟକରୁ (ରବିନ୍ଦ୍ର କୁମାର ସାହୁ): ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସୁଛନ୍ତି । ମାତ୍ର ପାଠପଢ଼ା ହେଉ ନାହିଁ । କେଉଁଠି ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତିତ ଆଉ କେଉଁଠି ଭୋକିଲା ପେଟରେ ଫେରୁଛନ୍ତି । ୪ ଦିନ ହେଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ଦେଖିବାକୁ ମିଳୁଛି। କୋରାପୁଟ ଠାରୁ ଆରମ୍ଭ କରି  ରାୟଗଡା ଜିଲ୍ଲାର ସମସ୍ତ ବ୍ଲକରେ ଅଧିକାଂଶ ଶିକ୍ଷକ  ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇଯାଇଥିବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ୍  ହୋଇ ପଡିଛି ।

ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଖୁଆଇ ଛାଡୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଯେଉଁଠି ପ୍ରଧାନଶିକ୍ଷକଙ୍କ ହାତରେ ମଧ୍ୟାହ୍ନଭୋଜନ ଦାୟିତ୍ଵ ରହିଛି ସେଠାରେ ପିଲାମାନେ ବିନା ଖାଦ୍ୟରେ ଘରକୁ ଫେରୁଛନ୍ତି। ଉପାନ୍ତରୁ ଉପକୂଳ ଯାଏ ସ୍ଥିତି ବିଗିଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୂରଣ ନେଇ ସେତେଟା ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳିଛି।

ଦିନ କୁ ଦିନ ସ୍ଥିତି ଜଟିଳ ଆଡ଼କୁ ଗତି କରୁଛି  ଏକ ପ୍ରକାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି ।   ବିଷମ କଟକ ବ୍ଲକର ଶିକ୍ଷା ବିଭାଗ ଆଧିନରେ ଆପରପ୍ରାଇମେରୀ  ସ୍କୁଲ 64 ,ଓ ପ୍ରାଇମେରୀ ସ୍କୁଲ 116 ଥିଲା ବେଳେ ହାଇ ସ୍କୁଲ 25  ଟି ରହିଛି। ସମୁଦାୟ 205 ସ୍କୁଲରେ 525 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଥିବା ବେଳେ ସେଥିରୁ 300ରୁ ଉର୍ଦ୍ଧ ଶିକ୍ଷକ ସମୂହ ଛୁଟିରେ ରହିଥିବା ବେଳେ ଆଜି ପ୍ରାୟ 50 ରୁ ଉର୍ଦ୍ଧ ସ୍କୁଲ ରେ ତାଲା ଝୁଲିଥିବାର ଜଣା  ପଡିଛି  । ଅନେକ ସ୍କୁଲର ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନରୁ ମଧ୍ୟ ବଞ୍ଚତ ହୋଇଛନ୍ତି । ଏ ନେଇ କାଲି ବିଷମ କଟକ ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଉପସଭାପତି ଆକାଶ ହିଆଲ୍ ଓ କିଛି ସଦସ୍ୟଙ୍କ   ଉପସ୍ଥିତିରେ ଲିଖିତ ଭାବେ ଜଣାଇ ଥିଲେ । ଆଜି ବିଷମ କଟକ ବ୍ଲକର 300ରୁ ଉର୍ଦ୍ଧ ଶିକ୍ଷକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ୟାଲୟ ଆଗରେ ଧାରଣାରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି  । ଏହି ଆନ୍ଦୋଳନରେ ସଭାପତି ଶରତ ଚନ୍ଦ୍ର ଆଚାର୍ଯ୍ୟ , ଉପସଭାପତି ଆକାଶ ହିଆଲ ,ସମ୍ପାଦକ କାଳୀ ଚରଣ ନାୟକ ,ରାଜ୍ୟ ସଭ।ପତି ପ୍ରମଦ କୁମାର ପଣ୍ଡା  , ରାଜେଶ୍ କୁମାର ବିଶ୍ବାଳ ,ଓ ସମସ୍ତ ଶଦ୍ୟସ ଉପସ୍ଥିତ ରହିଛନ୍ତି ।