ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡ଼ରର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

(ରିପୋଟର୍ସ ଟୁଡେ):ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧି ପାଇଁ ସଂଘ ପକ୍ଷରୁ ଦାବୀ ହେଉଥିଲା ଶେଷରେ ମୁଖ୍ୟମନ୍ତ୍ରୀ ଆଜି ସେହି ଦାବିରେ ଅନୁମୋଦନ ଜଣାଇ ମୋହର ମାରିଛନ୍ତି । ଏହି ପରିପେକ୍ଷୀରେ ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ ସେମାନଙ୍କ କ୍ୟାଡରରେ ପରିବର୍ତ୍ତନ ଆଣି ସେମାନଙ୍କ ଚାକିରୀ କାଳ ମଧ୍ୟରେ ଅତି କମରେ ୩ଟି ପିରବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ନିଷ୍ପତି ଅନୁସାରେ ଏଲିମେଂଟାରୀ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏହା ସହ ଲେବୁଲ-୪ ଓ ଲେବୁଲ-୨ ପଦବୀ ସଂଖ୍ୟା ଯଥେଷ୍ଟ ବଢାଇ ଦିଆଯାଇଛି ଏବଂ ବେତନ ହାରରେ ବୃଦ୍ଧି ମଧ୍ୟ ଘଟିଛି । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ । ସରକାରଙ୍କ ଏହି ନିଷ୍ପତି ଫଳରେ ରାଜ୍ୟରେ ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ।