ଗାଡି ଭିତରୁ ଟଙ୍କା, ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟ

(ସୁନ୍ଦରଗଡ଼) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।
ତେବେ ଏତେ ଟଙ୍କା କେଉଁଠି ଆସିଲା ? ଏହାର ସତ୍ୟ ସତ୍ୟ ଜାଣିବା ପାଇଁ ତଦନ୍ତ ଜାରିରଖିଛି ଭିଜିଲାନ୍ସ ।ଆଜି ସକାଳେ ଜୟପ୍ରକାଶ ମହାନ୍ତି ଅଫିସ୍‌ ବୋଲେରୋ ଯୋଗେ ଝାରସୁଗୁଡ଼ା ଯାଉଥିଲେ। ସେଠାରୁ ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଇଥା’ନ୍ତେ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍‌ ତାଙ୍କୁ ପିଛା କରିଥିଲେ। ଏକ ଟୋଲ୍ ପ୍ଲାଜାରେ ଭିଜିଲାନ୍ସ ଟିମ୍ ଜୟପ୍ରକାଶଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା।