ଭୁବନେଶ୍ୱର: ଅଧିବେଶନ ଆରମ୍ଭରୁ ପୁଣି ଉତ୍ତେଜନା। ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ନେଇ ବିରୋଧୀ ପୁଣି କଲେ ହୋହାଲ୍ଲା। ନାରାବାଜି ସହ କଲେ ପ୍ଲାକାର୍ଡ ପ୍ରଦର୍ଶନ।ଦିବ୍ୟଶଙ୍କରଙ୍କ ପ୍ରବେଶରେ ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ବିରୋଧୀ ନେତା ତାରା ପ୍ରସାଦ ବାହିନୀ ପତି ଆଜି ଆସିଥିଲେ ପୂଜକ ବେଶରେ। ପ୍ରଥମେ ଗଙ୍ଗାଜଳ ଚିଞ୍ଚିଲେ ଓ ପୁଣି ଘଣ୍ଟା ବଜାଇ କମ୍ପାଇଲେ ଗୃହ। ହୋହାଲ୍ଲାରରେ ଗର୍ଜିଥିଲା ବିଧାନସଭା ଅଧିବେଶନ। ବାଧ୍ୟ ହୋଇ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ।