ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର

ବରଗଡ଼:- ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଉଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ନିଜର ଜୀବନ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ। ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ଅତାବିରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଯାହା ଫଳରେ ଏକ ବଡ଼ ଅଘଟଣରୁ ସ୍ଥାନୀୟ ଲୋକେ ବର୍ତ୍ତିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ କହିବା ଅନୁଯାୟୀ ଗାଡ଼ି ଚାଲୁଥିବା ସମୟରେ ଗାଡ଼ି ଭିତରୁ ଧୂଆଁ ବାହାରିବାରୁ ସେ ଗାଡ଼ି ଅଟକାଇ ଚେକ୍‌ କରିବା ସମୟରେ ହଠାତ୍‌ ନିଆଁ ଲାଗି ଯାଇଥିଲା ବୋଲି କହିଛନ୍ତି। ଏହା ପରେ ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।