(ପ୍ରିୟଦର୍ଶନୀ ସ୍ୱାଇଁ ) ଭୁବନେଶ୍ୱର : ଟମାଟୋ ସାଲସା । ଏହା ଏକ ମେକ୍ସିକାନ ରେସିପି । ଅତି ସହଜରେ ପ୍ରସ୍ତୁତ ହୋଇ ପାରୁଥିବା ଏହି ଆଇଟମଟି ଘରେ ଅତି କମ୍ ସମୟରେ ପ୍ରସ୍ତୁତ ହୋଇପାରିବ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟକର ମଧ୍ୟ । ଏହି ଡିଶ୍ ମାଧ୍ୟମରେ ଆପଣ କୌଣସୀ ବି ବୋରିଙ୍ଗ ଡିଶକୁ ଚଟପଟି କରି ଖାଇପାରିବେ ।
ଆବଶ୍ୟକୀୟ ସାମଗ୍ରୀ- ଟମାଟୋ ୪, ପିଆଜ ୧, କଂଚା ଲଙ୍କା ୨, ଧନିଆ ପତ୍ର ଆବଶ୍ୟକ ଅନୁଯାୟୀ, ଲେମ୍ବୁ ରସ ଅଧା ଚାମଚ, ଲୁଣ ସ୍ୱାଦ ଅଣୁସାରେ, ଗୋଲମରିଚ ଏକ ଚୁଟକି, ମସଲା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପିଆଜକୁ ଗ୍ୟାସରେ ଭାଜନ୍ତୁ । ଦେଖନ୍ତୁ ଯେଭଳି ଏହା ପୋଡି ନଯାଏ । ଏହା ପରେ ଏଥିରେ କଟା ଟମାଟୋ ଏବଂ ଧନିଆ ପକାନ୍ତୁ । ଏହାକୁ ଭାଜି ନିଅଣ୍ତୁ । ଦେଖନ୍ତୁ ଯେଭଳି ଏହା ପରସ୍ପର ସହ ମିକ୍ସ ହୋଇଯିବେ । ଏବେ ଏହି ମିଶ୍ରଣରେ କିଛି ମସଲା ଗୁଣ୍ଡ ପକାନ୍ତୁ ଏବଂ ଭାଜି ନିଅନ୍ତୁ । ଏହା ପରେ ଟିକେ ଥଣ୍ଡା ହୋଇଗଲା ପରେ ଏଥିରେ କିଛି ଲେମ୍ବୁ ରସ ମିଶେଇ ଦିଅନ୍ତୁ ଏବଂ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଟମାଟୋ ସାଲସା । ଏହା ଯେକୌଣସୀ ବୋରିଙ୍ଗ ଆଇଟମକୁ ଚଟପଟା କରିବା ପାଇଁ ବ୍ୟବହାର କରିପାରିବେ ।