ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ତମାଣ୍ଡୋ ଥାନାରେ ସବ ଇନ୍ସପେକଟର ଅଭିମନ୍ୟୁ ଚଉଧରିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ପାଇକ ନଗର ସ୍ଥିତ 4ମହଲା ବିଲ୍ଡିଂ, ତମାଣ୍ଡ ଥାନା ଏବଂ ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ପୈତୃକ ଘରେ ଚାଲିଛି ଚଢ଼ାଉ। ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ 3ଜଣ ଡିଏସପି, 11ଆଇଆଇସି, 6ସବ ଇନ୍ସପେକ୍ଟରଙ୍କ ଏକ କାଳୀନ 3ଟି ଜାଗାରେ ଚାଲିଛି ଚଢାଉ। ଦୀର୍ଘଦିନ ହେବ ଗୋଟିଏ ଥାନାରେ କାର୍ଯ୍ୟରତ ଥିଲେ ଅଭିମନ୍ୟୁ ଚୌଧୁରୀ। କନେଷ୍ଟବଳରୁ ଏସ୍ଆଇ ପର୍ଯ୍ୟନ୍ତ ଗୋଟିଏ ଥାନାରେ ଥିବାରୁ ତାଙ୍କର ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ସହଜ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏସ୍ଆଇ କୋଟିକୋଟି ଟଙ୍କାର ମାଲିକ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି ଯାହାର ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ।