ଟଙ୍କା ପାଇଁ ବାପର ଜିବନ ନେଲା ପୁଅ

(ମନିଲ ମହାରଣା) : ତାଳଚେର ସଦର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ନାଏକ ସାହିରେ ଜଣେ ବୃଦ୍ଧଙ୍କୁ ତାଙ୍କ ନିଜ ପୁଅ ଏବଂ ନାତି ଟଙ୍କା ପଇସାକୁ କେନ୍ଦ୍ର କରି ହତ୍ୟା କରିଥିବାର ଅଭିଯୋଗ ହୋଇଛି   ହତ୍ୟାର ଶିକାର ହୋଇ ଥିବା ବୃଦ୍ଧ ଜଣକ ହେଲେ ଗୌର ନାଏକ (୮୫) ଆଜି ସକାଳୁ ପୋଲିସକୁ ଗୌରଙ୍କ ସ୍ତ୍ରୀ ହତ୍ୟା ଖବର ଦେବାରୁ ପୋଲିସ ଘଟଣା ସ୍ଥଳ କୁ ପହଂଚି ଶବକୁ ଉଦ୍ଧାର କରିବା ସହ ପୁଅ ଗଙ୍ଗାଧର ନାଏକ ଏବଂ ନାତି ସିପୁନ ଓରଫ ଦେବବ୍ରତ ନାଏକ କୁ ଗିରଫ କରିଛି କ୍ଷ ଆସନ୍ତା କଲି ତାଙ୍କୁ କୋର୍ଟ ଚାଲାଣ କରାଜିବ ବୋଲି ସୁଚନା ମିଳିଛି