ବାଲେଶ୍ଵର / ଅଜିତ କୁମାର ସାହୁ: ବାଲେଶ୍ଵର ଜିଲା ବସ୍ତା ବ୍ଲକ ଅମର୍ଦ୍ଦାରୋଡ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ” ସ୍ବଚ୍ଛତା ହିଁ ସେବା ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷି ରେ ଏକ ସଭା ଆୟୋଜନ ହୋଇଯାଇଛି । ଆୟୁର୍ବେଦିକ ଡାକ୍ତର ମିନାକ୍ଷୀ ରାଣୀ ପଣ୍ଡାଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ନୂତନ କରି ଯୋଗ ଦେଇଥିବା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମାମାଲି ଚାନ୍ଦ ଯୋଗଦେଇ ସୁସ୍ଥ ସମାଜ ପାଇଁ, ସୁସ୍ଥ ଓ ସ୍ବଚ୍ଛ ପରିବେଶ ଅତ୍ୟନ୍ତ ଆବଶ୍ୟକ ଏବଂ ସ୍ବଚ୍ଛତା ନିରୋଗ ରହିବାର ମୂଳ ମନ୍ତ୍ର ବୋଲି ଆହ୍ଵାନ ଦେଇଥିଲେ। ଏହି ଅବସରରେ ରୋଗୀ କଲ୍ୟାଣ ସମିତି ର ସଦସ୍ୟ ସଦସ୍ୟା, ଜନସାଧାରଣ, ବୁଦ୍ଧିଜୀବୀ ସମେତ ସିଦ୍ଧେଶ୍ୱର କଲେଜର ଏନ୍ ଏସ ଏସ ଛାତ୍ର/ଛାତ୍ରୀ ଉପସ୍ଥିତ ରହି ମିଳିତ ଭାବେ ମେଡିକାଲ୍ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିବା ବେଳେ, ଫାର୍ମାସିଷ୍ଟ ମଧୁସୂଦନ ସାହୁ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲ।