ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ  ହିନ୍ଦୀ ଦିବସ  ପାଳିତ

ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ  ହିନ୍ଦୀ ଦିବସ  ପାଳିତ ହୋଇଯାଇଛି। ଏହି ଅବସରରେ  ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ସ୍ଥାନୀୟ ଦେବୀ ମଠର ମହନ୍ତ ରାମାନନ୍ଦ ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ହିନ୍ଦୀଭାଷାର ଗୁରୁତ୍ବ ତଥା ହିନ୍ଦୀଭାଷାକୁ ଦୈନନ୍ଦିନ ଜୀବନରେ ବହୁଳ ମାତ୍ରାରେ ପ୍ରୟୋଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ  ପ୍ରେରଣା ଦେଇଥିଲେ ।

କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ହିନ୍ଦୀଭାଷା ଆଧାରିତ ପ୍ରତିଯୋଗିତାରେ ( କବିତା ପଠନ, ବକୃତା, ପ୍ରବନ୍ଧ ଲିଖନ,  କବିଙ୍କ ଜୀବନୀ କଥନ) କୃତି ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।  ବିଦ୍ୟାଳୟର ହିନ୍ଦୀଭାଷାର ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।