ରାଇରଙ୍ଗପୁର:ବିଜାତଳା ସରସ୍ବତୀ ଶିଶୁମନ୍ଦିରଠାରେ ସଂକୁଳ ସ୍ତରୀୟ ସ୍ବଦେଶୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମାନସିଂ ବିରୁଆ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ବିଦ୍ୱତ ପରିଷଦର ସଭାପତି ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ ବୌଦ୍ଧିକ ବଧ ହାରିକ ଜୀବନରେ ସ୍ବଦେଶୀ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ l ସମ୍ମାନୀତ ଅତିଥି ଭାବେ ସଂକୁଳ ପ୍ରମୁଖ ବାବୁଲାଲ ଦାସ ଓ ରାଇରଙ୍ଗପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଯୋଗ ଦେଇ ସ୍ବଦେଶୀ ଅନୁଭବ ସମ୍ପର୍କରେ ବକ୍ତବ୍ୟ ରଖିଥଲେ l
ଏହି କାର୍ଯ୍ୟକ୍ରମରେ ତିରିଂ, ବାସିଙ୍ଗି, ଝରାଡ଼ିହି, ରାଇରଙ୍ଗପୁର, ଜାମଦା, ବିଜାତଳା, ଜୟପୁର, ଉପରବେଡ଼ା ଓ ହତବାଦଡା ଆଦି ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଜୀ କେଦାର ବାରିକ, ଯଶୋବନ୍ତ ବେହେରା, ଗୁରୁମା ନମିତା ଗିରି, ନିରୁପମା ମହାନ୍ତ ତୃପ୍ତି ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଜିତେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।