୪ ବେଟାଲିୟନ ସି.ଆର.ପି. ଏଫ ପକ୍ଷରୁ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲଂତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସ୍ବଛତା ହିଁ ସେବା ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି। ତେବେ ସ୍ବଛତାକୁ ନେଇ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ନେଇ ଆଗେଇ ଆସିଛନ୍ତି ସି.ଆର. ପି. ଏଫ ଯବାନ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରେ ସ୍ଥାନୀୟ ସି.ଆର. ପି. ଏଫ ବେଟାଲିୟନ ପକ୍ଷରୁ ସ୍ଵଚ୍ଚ ଭାରତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବେଟାଲିୟନ ର ମୁଖ୍ୟ କ୍ରୀଷ୍ଣା ରାଓ ଙ୍କ ନେତୃତ୍ବରେ ବଜାର ର ମୁଖ୍ୟ ରାସ୍ତା ରେ ସଫେଇ କରାଯାଇ ଥିଲା ଏହି କାର୍ଯ୍ୟକ୍ରମରେ ସମସ୍ତ ଯବାନ ସହଯୋଗ କରିଛନ୍ତି ।