(ଓମ୍ ପ୍ରକାଶ ମିଶ୍ର) : ସ୍ୱଚ୍ଛ ଭାରତ ମିଶନରେ ସୁବର୍ଣ୍ଣପୁର ପୌର ପରିଷଦକୁ ଶୌଚମୁକ୍ତ ସହରାଞ୍ଚଳ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପୌର ପରିଷଦ ପକ୍ଷରୁ ଆୟୋଜିତ ସଚେତନତା ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ, ନଗର ଉନ୍ନୟନ ଜଳ ସଂପଦ ଓ ଗୃହ ନିର୍ମାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଜିଲ୍ଲା ସଦର ମହକୁମା ସହର ଭାବେ ସୁବର୍ଣ୍ଣପୁରକୁ ବାହ୍ୟ ଶୌଚମୁକ୍ତ ସହରାଞ୍ଚଳ ଭାବରେ ଘୋଷଣା କରିଥିଲେ । ସ୍ଥାନୀୟ ବାସିନ୍ଦା ହିଁ ଏହାର ଶ୍ରେୟ ନେବେ ବୋଲି କହିଛନ୍ତି । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ, ମଧୂଦୁଦନ ମିଶ୍ର, ଅତିରିକ୍ତ ଜିଳ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ପୌରପରିଷଦ ଅଧ୍ୟକ୍ଷା ସିମନ୍ତିନି ନାଏକ ଯୋଗଦେଇ ସ୍ୱଚ୍ଛ ଭାରତ ମିଶନର ପ୍ରଦତ ପ୍ରୋତ୍ସାହନ ଅର୍ଥରେ ସହରରେ୧୬୪୪ଟି ବ୍ୟକ୍ତିଗତ ଶୌଚାଳୟ ସହ ୩୬ଟି ଗୋଷ୍ଠୀ ଶୌଚାଳୟ ଓ ୨୦ ଟି ସର୍ବସାଧାରଣ ଶୌଚାଳୟ ନିର୍ମାଣ କରି ଏହି ସଫଳତା ମିଳିଛି ବୋଲି କହିଛନ୍ତି । ଏହି ଅବସରରେ କାର୍ଯ୍ୟ ନିର୍ବାହି ଅଧିକାରୀ ଅଶୋକ କୁମାର ମିଶ୍ର ସ୍ୱଚ୍ଛ ସୁବର୍ଣ୍ଣପୁର ,ସୁସ୍ଥ ସୁବର୍ଣ୍ଣପୁର ବାର୍ତ୍ତାରେ ଏକ ଶପଥ ପାଠ କରାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।