ପାରାଦୀପ: ଜାହାଜରେ ଡ୍ରଗ୍ସ ଚାଲାଣ ହେଉଥିବା ନେଇ ମିଳିଛି ଖବର । ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ୨୨ ଟି ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣା ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ ଚାଲିଛି। ଜବତ ୨୨ ଟି ପ୍ୟାକେଟ କଷ୍ଟମ ବିଭାଗ କୁ ହସ୍ତାନ୍ତର କରାଯାଇଛି । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା। ଜାହାଜରୁ ଜବତ ହୋଇଥିବା ପ୍ୟାକେଟ ଡ୍ରଗ୍ସ ହୋଇଥିବା ସନ୍ଦେହ। ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ସେଠାରେ ମିଳିଥିବା ସଂଦିଗ୍ଧ ପ୍ୟାକେଟକୁ ଆଜି ଯାଞ୍ଚ କରାଯିବ ବୋଲି ଜଣାଯାଇଛି। ତଦନ୍ତ ସରିବା ପରେ ଜଣାପଡ଼ିବ ଏହାର ସତ୍ୟାସତ୍ୟ। ତେବେ ଜାହାଜର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି।