ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମଧୁସୂଦନ ଛାତ୍ରାବାସରୁ ଦର୍ଶନଶାସ୍ତ୍ର ବିଭାଗ ପିଜି ଦ୍ବିତୀୟ ବର୍ଷ ଛାତ୍ର ତାପସ ରଞ୍ଜନ ନାୟକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ ।
ସୂଚନା ଅନୁଯାୟୀ, ଛାତ୍ର ତାପସ କୁମାର ନାୟକଙ୍କର ଛାତରୁ ଖସି ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏ କୌଣସି ସଠିକ୍ କାରଣ ଜଣାପଡିନାହିଁ। ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସହିଦ ନଗର ଥାନା ପୋଲିସ ବିଭିନ୍ନ ଦିଗର ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ତାପସ ରହୁଥିବା ରୁମ୍କୁ ଯାଇ ମଧ୍ୟ ଯାଞ୍ଚ କରୁଛି।