ଭଦ୍ରକ:- ପବିତ୍ର ଶ୍ରାବଣ ମାସରେ ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଆରଡ଼ି ଧାମରେ ପହଞ୍ଚି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଓଡିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ । ସରକାର ପରିବର୍ତ୍ତନ ହେବା ପରେ ଗତ ଜାଗରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାବା ଆଖଣ୍ଡଳମଣୀଙ୍କ ପୀଠକୁ ଆସିଥିବା ସମୟରେ ମନ୍ଦିରର ଉନ୍ନତିକରଣ ପାଇଁ ଦଶ କୋଟି ଟଙ୍କାର ସରକାରୀ ଅନୁଦାନ ଘୋଷଣା କରିଥିଲେ । ଆଜି ମନ୍ତ୍ରୀଙ୍କ ଗସ୍ତ ସମୟରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବିଳମ୍ବ, ଆରଡ଼ି କୁ ସଂଯୋଗ କରୁଥିବା ରାସ୍ତା ର ଶୋଚନୀୟ ଅବସ୍ଥାକୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଅସନ୍ତୋଷ ପ୍ରକାଶ କରିଥିଲେ ସେବାୟତ ମାନେ । ତେବେ ଏ ବାବଦରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲ୍ଲାପାଳଙ୍କ ସହ କଥା ହେବା ସହ ବାବା ଆଖଣ୍ଡଳମଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଏବଂ ଆରଡ଼ିକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ବାବଦରେ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।