ଅମୃତଧାରାର ଶୁଭ ଉଦଘାଟନ କଲେ ସୁରେଶ ପୂଜାରୀ

ସୁବର୍ଣ୍ଣପୁର ଜିଲ୍ଲା / ଓମ ପ୍ରକାଶ ମିଶ୍ର : ମାରୱାଡି ଯୁବକ୍ଷମଞ୍ଚ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆନୁକୂଲ୍ୟରେ ଡୁଙ୍ଗୁରିପାଲି ଏମସିଏଚ ଡାକ୍ତରଖାନା ପରିସରରେ ମୁଖ୍ୟଅତିଥି ଭାବରେ ବିଜେଡି ଉପ ସଭାପତି ରମେଶ ପୂଜାରୀ ଏକ ଆମ୍ବୃତଧାରା ର ଶୁଭ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ବେଲାର ସାହୁ, ମାରୱାଡି ସଙ୍ଘର ଅଧ୍ୟକ୍ଷ ବିଷ୍ଣୁ ଅଗ୍ରୱାଲ, ଯୁବା ମଞ୍ଚ ଅଧ୍ୟକ୍ଷ ବଳରାମ ଅଗ୍ରୱାଲ, ଡୁଙ୍ଗୁରିପାଲି ଡାକ୍ତରଖାନା ର ଭାର ପ୍ରାପ୍ତ ମେଡିକାଲ ଅଧିକାରୀ ପାର୍ଥ ପ୍ରତିମା ପଣ୍ଡା,ଡୁଙ୍ଗୁରିପାଲି ବଣିକ ସଙ୍ଗ ସଭାପତି ପ୍ରଦୀପ ମିଶ୍ର, ମଞ୍ଚାସିନ ଥିଲେ ଏବଂ ଡୁଙ୍ଗୁରିପାଲି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଭା ରେ ସଂଗଠନ ର ସମ୍ପାଦକ ରାକେଶ ଅଗ୍ରୱାଲ ସଂଗଠନ ର ବିଭିନ୍ନ ସମାଜିକ କଲ୍ୟାଣ ଯୋଜନା ଯଥା, ରୋଗୀ ମାନଙ୍କୁ କରୋନା ମହାମାରୀ ସମୟରେ ଅକ୍ସିଜେନ ଯୋଗାଣ, ରକ୍ତ ଦାନ, ଶୁଖିଲା ଖାଦ୍ୟ ଯୋଗାଣ,ପାନିଅ ଜଳ ଯୋଗାଣ, ଏବଂ ଗରିବ ରୋଗୀଙ୍କୁ ଆର୍ଥିକ ସାହାଯ୍ୟ କରିବ ବୋଲି କହିଥିଲେ ।