କାଲିମେଳା : ପୁଲିସ ହାତରେ ଧରା ପଡିଲେ ଦୁଇ ଡ଼କାୟତ । ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ପଡ଼ିଆ ଥାନାରେ ଏକ ଲୁଟ ଅଭିଯୋଗ ହୋଇଥିଲା। ଦୁଇ ଏଜେଣ୍ଟ ଲୋନ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଉଣ୍ଢ୍ରୁକୋଣ୍ଡା ପୋଲ ନିକଟରେ ତିନି ଜଣ ଦୁର୍ବୃତ୍ତ ୪ ଲକ୍ଷ ୧୭ ହଜାର ଟଙ୍କା ସହ ଏକ ଟାବଲେଟ ଲୁଟି ନେଇଥିଲେ। ପୁଲିସ ତଦନ୍ତରେ ଜଣାପଡ଼ିଲା ଯେ ଦୁଇ ଏଜେଣ୍ଟଙ୍କ ମଧ୍ୟରୁ ଜଣେ ଥିଲେ ସୁରଜ୍ ସରକାର। ଏ ଡକାୟତି ଯୋଜନାର ମାଷ୍ଟର ମାଇଣ୍ଡ ଥିଲା ସୂରଜ ସରକାର।ସୂରଜ ସହ ଧରାପଡିଲେ ଆଶିଷ ମଣ୍ଡଲ।ଅନ୍ୟ ଜଣେ ସହଯୋଗୀ ଯିଏ କି ୭ ମାସ ହେବ ଭାରତ ଫାଇନାନ୍ସ କମ୍ପାନୀରୁ କାମ ଛାଡିଥିଲେ, ଏବେ ସେ ଫେରାର ଅଛନ୍ତି।ତେବେ ପୁଲିସ ଦୁଇ ଡ଼କାୟତଙ୍କୁ ଗିରଫ କରିବା ସହ ୪ଲକ୍ଷ ୧୭ହଜାର ଟଙ୍କା ଏବଂ ଟାବଲେଟ ଜବତ କରିଛି। ତଦନ୍ତ ଜାରି ରହିଛି ଅନ୍ୟ ଅଭିଯୁକ୍ତ ମାନେ ଖୁବଶୀଘ୍ର ଧରା ପଡିଲେ ବୋଲି ଏସଡିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।