ରିକ୍ସା ଚଳାଚଳ ଉପରେ ସୁପ୍ରିମ କୋର୍ଟଙ୍କ କଠୋର ଆଭିମୁଖ୍ୟ ଗ୍ରହଣ । ଏହାକୁ ଅମାନବୀୟ ବୋଲି କହି ତୁରନ୍ତ ଏହି ପ୍ରଥାକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱାଦୀନତାର ୭୮ ବର୍ଷ ପରେ ବି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ସମ୍ବିଧାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପ୍ରତିଶ୍ରୁତି ପ୍ରତି ବିଶ୍ୱାସ ଘାତକତା ବୋଲି କହିଛନ୍ତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ।
ମହାରାଷ୍ଟ୍ରର ପ୍ରସିଦ୍ଧ ପାହାଡୀ ଷ୍ଟେସନ ମାଥେରାନରେ ହାତରେ ରିକ୍ସା ଚଳାଚଳ ଉପରେ ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆଜି ମଧ୍ୟ ମାଥେରାନ ଭଳି ପର୍ୟ୍ୟଟନ ସ୍ଥଳରେ ଏହି ଅମାନବୀୟ ଅଭ୍ୟାସ ଜାରି ରହିଛି । କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ହାତ ରିକ୍ସା ଚାଳକମାନଙ୍କ ପୁନର୍ବାସ ପାଇଁ ଏକ ଠୋସ୍ ଯୋଜନା ପ୍ରସ୍ତୁତ କରନ୍ତୁ । ଯାହା ଦ୍ଵାରା ସେମାନେ ସେମାନଙ୍କ ଜୀବିକାରୁ ବଞ୍ଚିତ ନ ହୁଅନ୍ତି। ଏହା ସହିତ ସୁପ୍ରିମକୋର୍ଟ ସରକାରଙ୍କୁ ଗୁଜରାଟର କେଭାଡିଆ ମଡେଲ ପରି ଏକ ଇ-ରିକ୍ସା ନୀତି ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ନିର୍ଦ୍ଦେଶ ଦେବା ସମୟରେ ସିଜେଆଇ ଗଭାଇ କହିଥିଲେ ଯେ ଆମକୁ ନିଜକୁ ପଚାରିବାକୁ ପଡିବ ଯେ ଆମେ ସାମାଜିକ ଏବଂ ଅର୍ଥନୈତିକ ସମାନତାର ସାମ୍ବିଧାନିକ ପ୍ରତିଶ୍ରୁତି ପ୍ରତି ଜୀବିତ କି? ଦୁର୍ଭାଗ୍ୟବଶତଃ, ଉତ୍ତର ‘ନା’।” କାରଣ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ବିକାଶ ଯୋଗୁଁ ଦେଶରେ ଇ-ରିକ୍ସା ଭଳି ପରିବେଶ ଅନୁକୂଳ ବିକଳ୍ପ ଉପଲବ୍ଧ । ହାତରେ ଟଣା ରିକ୍ସା ଜାରି ରଖିବା କେବଳ ଅମାନବୀୟ ନୁହେଁ.. ବରଂ ବିକାଶ ପଥରେ ଏକ ପ୍ରତିବନ୍ଧକ। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ସାମାଜିକ ନ୍ୟାୟ, ମର୍ୟ୍ୟାଦା ଏବଂ ପ୍ରଯୁକ୍ତିବିଦ୍ୟା ସମାଧାନକୁ ପ୍ରାଥମିକତା ଦେଇ ଉପଯୁକ୍ତ ନୀତିଗତ ପରିବର୍ତ୍ତନ କରିବା ଉଚିତ।