(ସୌମ୍ୟ ରଂଜନ ସେଠୀ): ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥିସହିତ ୨୦୦୬ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି। ୨୦୦୬ ରାୟର ପୁନର୍ବିଚାର ପାଇଁ ୭ ଜଣିଆ ଖଣ୍ଡପୀଠ ଗଠନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅବଶ୍ୟ ରାଜ୍ୟମାନେ ଚାହିଁଲେ ସେମାନେ ସ୍ୱତନ୍ତ୍ର ସଂରକ୍ଷଣ ନୀତି ଓ ଚାକିରି ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।